pakka

ଦେଶରେ କୋଭିଡ -୧୯ର ସାମ୍ପ୍ରତିକ ପରିସ୍ଥିତି ନେଇ ପିଏମ ମୋଦୀଙ୍କ ସମୀକ୍ଷା

kalikesh

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ର ନୂତନ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଗୃହ ସଚିବ, କ୍ୟାବିନେଟ ସଚିବ ଏବଂ କୋଭିଡ ଟାସ୍କ ଫୋର୍ସର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ କରୋନାର ନୂତନ ଭାରିଆଂଟ କାରଣରୁ ଜନ୍ମ ହୋଇଥିବା ପରିସ୍ଥିତିର ସମୀକ୍ଷା କରାଯାଇଥିଲା ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ପ୍ରସଙ୍ଗରେ ବିଶେଷ ଦୃଷ୍ଟି ରଖିଛନ୍ତି । ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କୁ ଓମିକ୍ରନ୍‌ ପାଇଁ ସାବଧାନ ଏବଂ ସତର୍କ ରହିବାକୁ କହିଥିଲେ । ସେ ଆଜି କହିଛନ୍ତି ଯେ, କରୋନା ବିରୋଧରେ ଲଢେ଼ଇ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ ।

pp
Leave A Reply

Your email address will not be published.

3 × 2 =