ପ୍ରଜାକୋର୍ଟରେ ନକ୍ସଲଙ୍କ ବର୍ବର କାଣ୍ଡ : ୩ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ପ୍ରଜାକୋର୍ଟରେ ୩ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ନକ୍ସଲମାନେ । ପଡୋଶୀ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅଂଚଳରେ ନକ୍ସଲଙ୍କ ବର୍ବର ତଥା ନୃଶଂସ କଳା କାରନାମା ସାମ୍ନାକୁ ଆସିଛି । ନକ୍ସଲମାନେ ପ୍ରଜାକୋର୍ଟରେ ୩ ଜଣ ଗ୍ରାମୀଣଙ୍କୁ ଗଳାକାଟି ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି । ପୁଲିସ ଇନ୍‌ଫରମର୍‌ ସନ୍ଦେହରେ ନକ୍ସଲମାନେ ଏହି ମୃତ୍ୟୁ ଦଣ୍ଡ ଦେଇଥିବା କୁହାଯାଉଛି । ଗତ ୭-୮ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ଏ ସମ୍ପର୍କରେ ଏସ୍‌ପି କହିଛନ୍ତି ଯେ, ମୃତ ୨ ବ୍ୟକ୍ତିଙ୍କ ବାବଦରେ ତଦନ୍ତ କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ, ଏମାନେ ମାଓବାଦୀ ଥିଲେ । ତେବେ ତୃତୀୟ ଜଣକୁ ଅନ୍ୟ ଏକ ଘଟଣାକୁ ଆଧାର କରି ହତ୍ୟା କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

8 + 19 =