pakka

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସଗୋରା ହାଇସ୍କୁଲଠାରେ ଏକ ଜରୁରୀ ବୈଠକ ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ମୃତ ଶିକ୍ଷକଙ୍କ ପାଇଁ ନିରବ ପ୍ରାର୍ଥନା କରିଥଲେ । ବୈଠକରେ ଯୁଗ୍ମ ସଂପାଦକ ରଂଜୁ ଅମାତ ବୈଠକର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସାଧାରଣ ସଂପାଦକ ଶିଶିର ଖୁଟୁଆ ବିବରଣୀ ପାଠ କରିଥିଲେ । କଣ୍ଟାମାଲ ବ୍ଲକରେ ହଜାରେ ଶିକ୍ଷକଙ୍କ ପରିବାରକୁ ଏକାଠି କରିବାକୁ ସଂକଳ୍ପ ନେବା ସହ ଶିକ୍ଷକଙ୍କ ରହିଥିବା ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ଶିକ୍ଷକମାନେ ମତପ୍ରକାଶ କରିଥିଲେ । ପୁରୁଣା ପେନ୍‌ସନ୍‌ ଲାଗୁ କରିବା ସହ ଗ୍ରେଡପେ ୪୨୦୦ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଦାନ କରିବାକୁ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବାକୁ ମତପ୍ରକାଶ ପାଇଥିଲା । ସଂଗଠନକୁ ମଜବୁଜ କରି ବ୍ଲକସ୍ତରରେ ସବୁସମସ୍ୟାକୁ ଶୀଘ୍ର ସମାଧାନ କରାଯିବ ବୋଲି କାର୍ଯ୍ୟକର୍ତାମାନେ ମତପ୍ରଦାନ କରିଥିଲେ । ଏହାସହ ସଂଘକୁ ସମ୍ପ୍ରସାରଣ କରି ଉପସଭାପତି ଭାବେ ଅନିତା ମେହେର ଓ ସହସଂପାଦକ ଭାବେ ପ୍ରଜିନା ପାଢ଼ୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୨ଜଣ ସିଆର୍‌ସିସି ଓ ସୁକଦେବ ମହାଲିକଙ୍କୁ ନିଆଯାଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁଦାମ ମିଶ୍ର, କୋଷାଧ୍ୟକ୍ଷ ବିଶ୍ଵାମିତ୍ର କୁଁଅର, ସତ୍ୟରଣା ଉପଦେଷ୍ଟା ଲୋକନାଥ ପାଢ଼ୀ ମଞ୍ଚାସୀନ ଥିବା ବେଳେ ପ୍ରଧାନଶିକ୍ଷକ ସିତାରାମ ହରିପାଲ, ଗୋବିନ୍ଦ ମୁଦୁଲି, ରବି ସାହୁ, ଦୀନବନ୍ଧୁ ସେଠୀ, ଅଶୋକ ମହାନ୍ତି, ବସନ୍ତ ସାହୁ, ଜଗନ୍ନାଥ ମହାପାତ୍ର, ଶକ୍ତିଦାସ ପୂଜାରୀ, ରାଜେଶ ମହାକୁଡ଼ ପ୍ରମୁଖ ଶିକ୍ଷକ ପ୍ରତିନିଧି ଓ ସମସ୍ତ ସିଆର୍‌ସିସି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିରାକାର ସାହୁ ସହଯୋଗ କରିଥିଲେ । ଶେଷରେ କେଶବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four + thirteen =