csstore

୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ସିକାପତ୍ରାପାଲି (ବଲାଙ୍ଗିର) ଓ ଘୋଡ଼ାବନ୍ଧ (କଳାହାଣ୍ଡି) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ କେହି କାହାରିକୁ ଗୋଲ୍ କରିପାରି ନ ଥିବା ବେଳେ ଟାଇବ୍ରେକର ଜରିଆରେ ସିକାପତ୍ରାପାଲି ଦଳ ବିଜୟୀ ହୋଇଥିଲା । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ଫୁଟବଲ୍ ଖେଳାଳି ଉଦୟ କୁମାର, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ମୁରଲୀଧର ରଣା, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗହିର, ଅବସପ୍ରାପ୍ତ ପୋଲିସ ଅଧିକାରୀ କ୍ଷମାନିଧି ସାହୁ, ଗ୍ରାମ୍ୟ କମିଟି ପୂର୍ବତନ ସଭାପତି ଦାମା ଭୋଇ ମଞ୍ଚାସୀନ ଥିବା ବେଳେ ଦେବେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିଲେ । ନବିନ ନାଏକ ଖେଳ ପରିଚାଳନା କରିଥିବା ବେଳେ କିଶୋର ଚନ୍ଦ୍ର ନାଏକ ଓ ନୃପରାଜ ରଣା ସହଯୋଗ କରିଥିଲେ । ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ରଶ୍ମି ରଞ୍ଜନ ରଣା, କ୍ଷେତ୍ରମଣି ରଣା, ବସନ୍ତ ସାହୁ, ଯୁଗଳ କିଶୋର ନାଏକ, ଗଜାନନ ଗହିର, ଚୈତନ୍ୟ ନାଏକ, ସୁରେଶ ଭୋଇ, ତପନ ମାଝୀ, ବୁଲୁ ରଣା, ସମ୍ପଦ ରଣା, ଅରୁଣ ରଣା, ମନୋଜ ରଣା, ନିର୍ମଳ ରଣା, ସୁଶାନ୍ତ ରଣା, ତପନ ରଣା, ହେମନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ ଆସନ୍ତା କାଲିର ମ୍ୟାଚ୍‌ଟି ବଡମାଲ ଓ ନୁଆପଡା ମଧ୍ୟରେ ଅନୁଷ୍ଟିତ ହେବାକୁ ଥିବା ଅୟୋଜକ କମିଟି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.