
ରାଉରକେଲା, (କେପିଏନ୍ଏସ୍) : ସାରା ଓଡ଼ିଶା ବନ୍ଦ ଡାକରା ବିରୋଧୀ ଦଳ ମାନେ ଦେଇଥିବା ବେଳେ ରାଉରକେଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ରାଉରକେଲା କଂଗ୍ରେସ ତରଫରୁ ମୁଖ୍ୟ ବିଶ୍ରା ଛକ ଠାରେ ରାସ୍ତାରୋକ ଟାୟାର ଜାଳି ବି. ଜେ.ପି ସରକାର ହାଏ ହାଏ ସ୍ଲୋଗାନ ଦେଇ ଚାରି ଦଫା ମାନି ନୀୟ ସ୍ଲୋଗାନ ଦେଇଥିଲେ । କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ପ୍ରତ୍ୟେକ ମାର୍କେଟ ଓ ସରକାରୀ କାର୍ଯ୍ୟାଳୟକୁ ଯାଇ ବନ୍ଦ କରାଯାଇଥିଲା । ଭାରତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁ ମୁଖ୍ୟ ଅଭିଯୋଗ କରୁଛନ୍ତି କି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବି ଓ ବ୍ୟାଲଟ ପେପରର ନିର୍ବାଚନ କରାଯାଉ ସରକାର ଯଦି ଏହି ସବୁ ଦାବିକୁ ନ ମାନନ୍ତା କଂଗ୍ରେସ ପାର୍ଟି ରାଜରାସ୍ତାରେ ଜନ ସାଧାରଣଙ୍କ ସମସ୍ୟାକୁ ନେଇ ଲଢ଼େଇ କରିବ ଏହି ଆନ୍ଦଳନରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ବନ୍ଦ ଡାକରାକୁ ସଫଳ କରିଥିଲେ । ସେମାନଙ୍କ ମଧ୍ୟରେ ରବି ରାୟ, ସବିର ହୁସେନ, ରଶ୍ମି ରଞ୍ଜନ ପାଢ଼ୀ, ତୁଷାର କାନ୍ତ ଧଳ, ପ୍ରବୋଧ ଦାସ, ସୂର୍ଯ୍ୟକାନ୍ତ ବାରିକ, ଦିବ୍ୟଜ୍ୟୋତି ତ୍ରିପାଠୀ, ବବଲୁ ଖାନ୍, ଝରଣା ତ୍ରିପାଠୀ, ଖଦାଳ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।