pakka

କୁନି ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀରେ ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀ ଓ ତାଂକୁ ନ୍ୟାୟ ପ୍ରଦାନ ଦାବୀରେ ବରଗଡ଼ ସଚେତନ ନାଗରିକମାନଙ୍କ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ବରଗଡ଼ ସଦର ମହକୁମା ସ୍ଥିତ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ୍ ରହିଥିଲା । ବନ୍ଦ୍ ପାଳନ ସମୟରେ ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା । ଏହାର ପ୍ରତିବାଦରେ ସଚେତନ ନାଗରିକମାନଙ୍କ ପକ୍ଷରୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରତିବାଦ ସଭାରେ ମୃତ ଛାତ୍ର ଓ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ କରିବାକୁ ଏଥିରେ ସାମିଲ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଦାବୀ କରିଥିଲେ । ସଭାକୁ ସମ୍ବାଦିକ ବୀରେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!