pakka

ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅଭିଯୋଗ, ପଦୋନ୍ନତିରେ ଅନିୟମିତତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦୋନ୍ନତିରେ ଅନିୟମିତତା ଲାଗି ରହିଥିବା ବଲାଙ୍ଗିର ଜନ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଅଭିଯୋଗ କରିଛନ୍ତି । ଜନ ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘ ବର୍ଷ ହେଲା ଜଣେ ପମ୍ପଚାଳକ ଭାବେ କାର୍ଯ୍ୟ କରିଆସୁଛି । ଶିକ୍ଷା ଗତ ଯୋଗ୍ୟତା ମଧ୍ୟ ରହିଛି । ମୋ ବିରୋଧରେ ବିଭାଗରେ ସେଭଳି କିଛି ଅଭିଯୋଗ ମଧ୍ୟ ନାହିଁ । ନିରବଚ୍ଛିନ୍ନ ଭାବରେ ଦୀର୍ଘ ୨୫ ବର୍ଷ ହେଲା ଅଣନିଶ୍ୱାସୀ ହୋଇ କାର୍ଯ୍ୟ କରୁଛି । ପଦୋନ୍ନତି ବଦଳରେ ନିର୍ଯାତନା ମିଳୁଛି । ସରକାରୀ ଚାକିରିରେ ଏହା ମୋର ପରିଶ୍ରମର ଫଳ ବୋଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିର ଜନ ସ୍ୱାସ୍ଥ୍ୟ ବିଭାଗର ସରକାରୀ ଅବହେଳାର ଶିକାର ହୋଇଥିବା ଜଣେ କର୍ମଚାରୀ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପଡ଼ାର ବାସିନ୍ଦା ତଥା ବର୍ତ୍ତମାନ ଜେଲ ପମ୍ପ ହାଉସରେ ପମ୍ପ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି ଗୋପାଳକୃଷ୍ଣ ପଟେଲ । ବୟସ ୫୪ ଛୁଇଁଲାଣି । ବଲାଙ୍ଗିର ଜନ ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ମାଧିଆପାଲି ମୁଖ୍ୟ ପମ୍ପ ଗୃହରେ ୧୯୯୭ ମସିହା ଜାନୁଆରୀ ୨୭ ତାରିଖରେ ଯୋଗ ଦେଇଥିଲେ । ନିଯୁକ୍ତି ସମୟରେ ଇଲେକ୍ଟ୍ରିକାଲ ପରମିଟ ଥିବା ତଥା ଆଇଟିଆଇ ଡିଗ୍ରୀଧାରୀମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ସେ ସମୟରେ ଏହି ସୁଯୋଗ ବଳରେ ଭର୍ତ୍ତି ହୋଇଥିଲେ । ଏହାରି ଭିତରେ ନିଯୁକ୍ତିର ଦୀର୍ଘ ୨୫ ବର୍ଷ ବିତି ଯାଇଛି । କିନ୍ତୁ ସରକାରୀ ବିଧି ଅନୁଯାୟୀ ନିୟମିତ ତଥା ପଦୋନ୍ନତି କଥା ପଡ଼ିଲେ ଯୋଗ୍ୟ ଡ଼ିଗ୍ରୀଧାରୀମାନଙ୍କୁ ଅବହେଳା କରାଯାଇ ଆସୁଥିବା ବେଳେ ନକଲି ସାର୍ଟର୍ିଫିକେଟଧାରୀମାନଙ୍କୁ ଅଧିକାରୀମାନେ ଅନେକ ସୁବିଧା ସୁଯୋଗ ଦେଇଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କଠାରୁ କମ ଯୋଗ୍ୟତା ଥିବା କର୍ମଚାରୀଙ୍କୁ ଅନୁକମ୍ପା ଦିଆଯାଇଥିବା ବେଳେ ଆଜି ଯାଏଁ ବିଭାଗରେ ଚାଲିଆସୁଥିବା ଅନିୟମିତତା ଯୋଗୁଁ ସେ ତାଙ୍କ ହକ୍‌ରୁ ବଞ୍ଚିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କେବଳ ସେତିକି ନୁହେଁ ନକଲିମାନଙ୍କୁ ଅସଲି କରାଯାଇଛି ବୋଲି ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟ ବିରୋଧରେ ତଦନ୍ତ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । ବିଭିନ୍ନ ସମୟରେ ବିଭାଗର ତଳୁ ଉପର ଯାଏଁ ଲିଖିତ ଭାବେ ଅଭିଯୋଗ କରିଥିଲେ ହେଁ ନାଲି ଫିତା ତଳେ ତାଙ୍କ ଅଭିଯୋଗ ପତ୍ରକୁ ଚାପି ଦିଆଯାଇଥିବା କହିଛନ୍ତି । ଗୋଟେ ପରେ ଗୋଟେ ଚିଠି ଦିଆଯାଇଥିଲେ ହେଁ ତାର ଉତ୍ତର ଆସୁନଥିବା ବେଳେ ଶେଷରେ ବାଧ୍ୟ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି ବୋଲି ଶ୍ରୀ ପଟେଲ କହିଛନ୍ତି । ଯଦି ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ତଦନ୍ତ କରେ ତାହା ହେଲେ ମୁଁ ସମସ୍ତ ପ୍ରକାର ତଥ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଖୋଲାଖୋଲି ଆହ୍ୱାନ ଦେଇଛନ୍ତି । ଯଦି ତାଙ୍କ ଅଭିଯୋଗକୁ ଆସନ୍ତା ସପ୍ତାହେ ମଧ୍ୟରେ ସମାଧାନ କରାନଯାଏ ତାହା ହେଲେ ଆତ୍ମହୂତି ଦେବାକୁ ପଛେଇବେ ନାହିଁ । ଯଦି ଏଥିରେ କିଛି କ୍ଷତି ହୁଏ ତାହା ହେଲେ ସଂପୃକ୍ତ ଜନ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବଲାଙ୍ଗିର ଜିଲ୍ଲାପାଳ ତଥା ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

14 + 8 =

error: Content is protected !!