ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦେଇଛି ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ସକାଳୁ ଆନ୍ଦୋଳନକାରୀମାନେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳକୁ ବି ଆନ୍ଦୋଳନକାରୀମାନେ ବାରଣ କରୁଥିବା ସହ ନାରାବାଜି କରୁଥିବା ନଜର୍‌କୁ ଆସିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ସହରର ବରମ୍‌ପୁରା ଛକରୁ ଭଗବାନ ପର୍ଶୁରାମଙ୍କୁ ହଟାଇବା ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ବଲାଙ୍ଗିର ସହରର ଦୋକାନ ବଜାର ତଥା ସ୍କୁଲ୍‌ କଲେଜ୍‌ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

five × 4 =