pakka

ବିଷାକ୍ତ ଛତୁ ଖାଇ ୫ ଅସୁସ୍ଥ

bbehera

ଭବାନୀପାଟଣା : ଜୁନାଗଡ଼ ଥାନା ଅନ୍ତର୍ଗତ ବାନ୍ଧନପଲା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର । ଏମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ସେମାନଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବାନ୍ଧନପଲା ଗାଁର ରାଜ ବଗର୍ତିଙ୍କ ସମେତ ତାଙ୍କ ପୁଅ, ବୋହୂ ଓ ୨ ଶିଶୁ ଗତ ରାତିରେ ଛତୁ ତରକାରୀ ଖାଇଥିଲେ । ରାତିରେ ଛତୁର ପାର୍ଶ୍ୱ ପ୍ରତିକ୍ରିୟାରେ ପରିବାରର ୫ ଜଣ ବାନ୍ତି କରି ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ । ବୁଧବାର ସକାଳୁ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

7 − 6 =