jayashree

ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ଆସନ୍ତାକାଲି ଭାରତ ବନ୍ଦ ଡାକରା, ଅଖ ଚକ ଜାମ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସଟି ସରଳୀକରଣ ଇ -କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ନିୟନ୍ତ୍ରଣ ପାଇଁ ଦାବୀ କରି ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି । ସେହିପରି ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ କରିଛି । ବ୍ୟବସାୟୀ ସଂଘର ଏହି ଭାରତ ବନ୍ଦ ଡାକରାକୁ ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟର୍ସ ୱେଲଫେୟାର ଆସୋସିଏସନ୍ ସମର୍ଥନ କରିଛି । ଏଣୁ ଆସନ୍ତାକାଲି ଏହି ଭାରତ ବନ୍ଦ ସମୟରେ ଯାନବାହାନ ଚଳାଚଳ ବନ୍ଦ ରହିବ । ଏହାକୁ ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ କରିଛି । ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ବ୍ୟବସାୟୀମାନେ ଦୋକାନ ବନ୍ଦ ରଖି ଏହି ବନ୍ଦ ଡାକରାକୁ ସହଯୋଗ କରିବେ ବୋଲି ଜଣାପଡିଛି । ଜିଏସଟି ସିଷ୍ଟମର ସରଳୀକରଣ ସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବକୁ ଆହୁରି ସରଳ କରିବା ପାଇଁ ଦାବୀ ରହିଛି ।

Leave A Reply

Your email address will not be published.