csstore

କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ବନ୍ଦ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ସୋମବାର ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ସାରା ଓଡିଶାରେ ବନ୍ଦ ପାଳନ କରାଯିବାର କଂଗ୍ରେସଦଳ ପକ୍ଷରୁ କାର୍ୟ୍ୟକ୍ରମ ରହିଛି । ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ତଥା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୂତୁହୂତୁ ମୂଲ୍ୟ ମନମୁତାବକ ବଢାଇ ଚାଲିଥିବା ଦ୍ୱାରା ରାଜ୍ୟରେ ଗରିବ ଶ୍ରେଣୀ, ମଧ୍ୟବିତ୍ତ ପରିବାର, ଶ୍ରମିକ ତଥା ଦେଶର ମେରୁଦଣ୍ଡ ଭାବେ ମୁଠାଏ ଆହାର ଯୋଗାଇ ଆସୁଥିବା ଚାଷୀ ଭାଇ ମାନଙ୍କ ସହିତ ସାଧାରଣ ଜନତା ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ପ୍ରତିବାଦ ସ୍ୱଋପ କଂଗ୍ରେସ ଦଳ ଓଡିଶା ବନ୍ଦ ପାଳନର ନିଷ୍ପତ୍ତି ନେଇଛନ୍ତି । ଏ ପରିପ୍ରେକ୍ଷୀରେ ପଦ୍ମପୁର ନଗର କମିଟି କଂଗ୍ରେସ ସଭାପତି ଦିଲ୍ଲିପ କୁମାର ଦାନୀ, ପଦ୍ମପୁର ବ୍ଳକ କଂଗ୍ରେସ କମିଟି ସଭାପତି ଚମ୍ପକେଶ୍ୱର ପୁରୋହିତ, ପାଇକମାଲ ବ୍ଳକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ୱାଳ, ଝାରବନ୍ଧ ବ୍ଳକ କଂଗ୍ରେସ କମିଟି ସଭାପତି ମୁଜାଫର ହୁସେନ, ବିଜେପୁର ବ୍ଳକ କଂଗ୍ରେସ କମିଟୀ କମିଟି ସଭାପତି କଲ୍ୟାଣୀ ମିଶ୍ର, ଗାଇସିଲେଟ ବ୍ଳକ କଂଗ୍ରେସ କମିଟି ସଭାପତି ଘନଶ୍ୟାମ ପାତ୍ର, ସୋହେଲା ବ୍ଳକ କଂଗ୍ରେସ କମିଟି ସଭାପତି ଚୁଡାମଣୀ ପ୍ରଧାନ ଜନ ସାଧାରଣଙ୍କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଜଣାଇବାକୁ ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.