csstore

ସମ୍ବଲପୁରୀ ୟୁଆଇ ମୋବାଇଲ୍ ଆପ୍ଲିକେସନ୍ ନୋଡସ୍ ବ୍ଲଗ୍ ପ୍ରସ୍ତୁତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁନିଆର ସର୍ବପ୍ରଥମ ସମ୍ବଲପୁରୀ ୟୁଆଇ (ୟୁଜର୍ ଇଣ୍ଟରଫେସ୍) ମୋବାଇଲ୍ ଆପ୍ଲିକେସନ୍ ନୋଡସ୍ ବ୍ଲଗ୍ ପ୍ରସ୍ତୁତ କରାଯାଇଛି । ଯାହାର ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ୟ୍ୟ ପଶ୍ଚିମ ଓଡ଼ିଆରେ ସ୍ଥିତ ସଫ୍ଟୱେର୍ କମ୍ପାନୀ ଟିବିଏସ ସଫ୍ଟୱେର୍ ଦ୍ଵାରା ସମ୍ପାଦନା କରାଯାଇଛି । ଯାହାକି ବର୍ତ୍ତମାନ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି । ଏହି ଆପ୍ଲିକେସନ୍ ଟି ମୁଖ୍ୟତଃ ଲେଖକ ମାନଙ୍କ ପାଇଁ ତିଆରି କରାଯାଇଥିଲେ ମଧ୍ୟ ସମସ୍ତେ ନିଜ ନିଜ ପ୍ରତିଭା ଦେଖେଇ ପାରିବେ ବୋଲି ନୋଡସ୍ ବ୍ଲଗର ପ୍ରତିଷ୍ଠାତ୍ରି ସୁଶ୍ରୀ ପୋତଶ୍ରୀୟା ବଢେଇ କହିଛନ୍ତି । ଆପ୍ଲିକେସନ ଟି ଅବିକଳ ଫେସବୁକ୍ ପରି ରହିଥିଲେ ମଧ୍ୟ ଏଥିରେ ଆଗକୁ ଅନେକ ଗୁଡ଼ାଏ ଉନ୍ନତି ଅଣାଯିବ ବୋଲି ଟିବିଏସ ସଫ୍ଟୱେର୍ ର ଚିପ୍ ଟାସ୍କିଂ ଅଫିସର୍ ଶ୍ରୀମାନ ଅଭିଷେକ ଶ୍ରିଚୌହାନ କହିଛନ୍ତି ।ଏହି ଆପ୍ଲିକେସନ୍ ଟିର ପ୍ରସ୍ତୁତିକରଣ କ୍ଷେତ୍ରରେ ନୋଡସ୍ ବ୍ଲଗର ପ୍ରତିଷ୍ଠାତ୍ରି ସୁଶ୍ରୀ ପୋତଶ୍ରୀୟା ବଢେଇଙ୍କ ସମେତ ନୋଡସ୍ ବ୍ଲଗର ସଦସ୍ୟ ସୁଶ୍ରୀ ମିତଳଲି ମଧୁସ୍ମିତା କର, ସୂର୍ୟ୍ୟକାନ୍ତ ମିଶ୍ର, ନିଖିଲ ପଟେଲ, ଆଶୁତୋଷ ମନୀଷ ମହାପାତ୍ର, ଶୁଭମ୍ ଯାଦବ, ଚନ୍ଦନ ସାହୁ ଓ ଆଶିଷ ମେହେର ଆଦି ସାହାଯ୍ୟ କରିଛନ୍ତି । ଆପ୍ଲିକେସନ୍ ଟି ଟିବିଏସ ସଫ୍ଟୱେରର ମୁଖ୍ୟ ପରିଚାଳକ ତ୍ରିବିକ୍ରମ ସାହୁ ଓ ନିର୍ଦ୍ଦେଶକ ପଙ୍କଜ ସୁନାଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି ।

jayashree
Leave A Reply

Your email address will not be published.