jsm

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ଅନୁଷ୍ଠିତ

csstore

ସମ୍ୱଲପୁର : ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ସମ୍ୱଲପୁର ସ୍ଥିତ କୁଲତାକାନି ଖୋଳଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ ସଭାପତି ମହେନ୍ଦ୍ର ନାଏକ ଅଧକ୍ଷତାରେ ପାଟ୍ରନ୍ ରବିନାରାୟଣ ନାୟକ, ପ୍ରଦେଶ ମହିଳା ସଭାନେତ୍ରୀ ସୁକାନ୍ତି ବାଳା ନାୟକ, ମହାସଚିବ(ସଂଗଠନ) ପ୍ୟାରୀମୋହନ ନାୟକ, ମହାସଚିବ(ସାମାଜିକ) ସଦାଶିବ ନାୟକ, ମହାସଚିବ(ଶିକ୍ଷା) ମୀନକେତନ ମାଝୀ, ମହାସଚିବ(କାର୍ୟ୍ୟାଳୟ) ଚୁଡାମଣୀ ଧରୁଆ, ସମସ୍ତ ରାଜ୍ୟ ସଭ୍ୟସଭ୍ୟା, ସମସ୍ତ ଜିଲ୍ଲା ସଭାପତି, ରାଷ୍ଟ୍ରୀୟ ସଭ୍ୟ, ଶୁଭେଛୁ, ବୁଦ୍ଧିଜୀବୀ ଉପସ୍ଥିତ ରହି ସମାଜର ମଙ୍ଗଳ ପାଇଁ ମତ ପ୍ରଦାନ କରିଥିଲେ । ସଂଗଠନକୁ ଆଇ ଜି ଆର୍ ରେ ପଞ୍ଜିକରଣ, ସଂଗଠନ ତାଳିକା, ବାର୍ଷିକ ଆୟବ୍ୟୟ , କାର୍ୟ୍ୟକ୍ରମ ବିବରଣୀ, ପୂଜା ପୀଠର ତାଳିକା, ବିବାହ ପାଇଁ ପରିଚୟ ପତ୍ର, ସାମାଜିକ ସମସ୍ୟାର ସମାଧାନ, ପ୍ରତି ଜିଲ୍ଲା ସଦର ମହକୁମାରେ ପୌରାଞ୍ଚଳ କମିଟି ଗଠନ, ମହିଳା ଓ ଛାତ୍ର କମିଟି ସବୁ ଗଠନ ଇତ୍ୟାଦି ବିଷୟରେ ପ୍ରସ୍ତାବ ପାରିତ ହୋଇଥିଲା । ସାମାଜିକ କାର୍ୟ୍ୟକ୍ରମରେ ଖର୍ଚ୍ଚ କାଟ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।

yuvodaya
Leave A Reply

Your email address will not be published.