pakka

ଜଗନ୍ନାଥପଡ଼ାର ରାମଲୀଳାରେ ‘ରାମ ବନବାସ’

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଛି ରାମ ବନବାସ । କରୁଣ ରସରେ ଭରପୂର ରାମାୟଣର ରାମ ବନବାସ ଦୃଶ୍ୟ ହଜାର ହଜାର ଦର୍ଶକଙ୍କୁ ସ୍ତବ୍ଧ କରି ପକାଇଥିବା ଦେଖିବାକୁ ମିଳିଛି । ରାମଜୀ ନାଟ୍ୟ ସଂସଦର ନିଆରା ପ୍ରୟାସରେ ଚାଲିଥିବା ରାମଲୀଳା ନାଟକରେ ବହୁ ନବୀନ ଓ ପ୍ରବୀଣ କଳାକାରମାନେ ସାମିଲ୍‌ ହୋଇଥିବା ବେଳେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ଖୁବ୍‌ ବିମୋହିତ କରୁଥିବା ଲକ୍ଷ୍ୟ କରାଯାଉଛି । ଗତ ୧୯ ତାରିଖରୁ ଜଗନ୍ନାଥପଡ଼ାରେ ଆରମ୍ଭ ହୋଇଥିବା ରାମଲୀଳା ନାଟକ ୨୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାରା ବଲାଙ୍ଗିର ସହରବାସୀ ଏହି ରାମଲୀଳା ନାଟକକୁ ଆବେଗର ସହ ଆଧ୍ୟାତ୍ମିକ ଭାବନାରେ ଭର୍‌ପୂର ଆନନ୍ଦ ଉଠାଉଥିବା କୁହାଯାଉଛି । ଜଗନ୍ନାଥପଡ଼ା ରାମଲୀଳାରେ ରହିଛନ୍ତି ଜଣେ ବରିଷ୍ଠ ସିନେ କଳାକାର ପ୍ରହ୍ଲାଦ ଦର୍ଜୀ । ରାମଲୀଳାର ବିଭିନ୍ନ ଭୂମିକାରେ ସେ ଅଭିନୟ କରନ୍ତି । ମନ୍ଥରା, ମାରିଚ ଭଳି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଖୁବ୍‌ ପ୍ରିୟପାତ୍ର ହୋଇପାରିଛନ୍ତି ପ୍ରହ୍ଲାଦ ।

Leave A Reply

Your email address will not be published.

4 × 2 =