csstore

୧୫ ଜୁଲାଇରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମପନ୍ଥୀ ଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷରେ କଂଗ୍ରେସ ଠାରୁ ବଳି ପଡିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଅହେତୁକ ଦରବୃଦ୍ଧି ନେଇ ବାମପନ୍ଥୀ ଦଳ ୧୫ ଜୁଲାଇରେ ଓଡ଼ିଶା ବନ୍ଦ ଡାକରା ଦେଇଛି, ବୋଲି ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି । ପ୍ରକାଶ ଥାଉକି, ପେଟ୍ରୋଲିୟମ ଜାତ-ତୈଳ, ଜାଳେଣି ଗ୍ୟାସ, ଖାଇବାତେଲ, ଡାଲି, ଚିନି, ଲୁଣ ଆଦି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ସାଧାରଣ ଜନତା/ବୃଦ୍ଧିଜୀବୀଙ୍କୁ ବହୁତ ବାଧିଛି । ଜନତା ହନ୍ତସନ୍ତ ହେଲେଣି । ଏହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ କମ୍ୟୁନିଷ୍ଟ ଏବଂ ସମସ୍ତ ବାମପନ୍ଥୀ ଦଳ ମିଳିତ ହୋଇ ଚଳିତ ଜୁଲାଇ ୧୫ ତାରିଖରେ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ସମସ୍ତ ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ, ଅଖ, ଚକ ବନ୍ଦ ରହିବ ବୋଲି ସିପିଆଇ ରାଜ୍ୟ ସ୍ତରୀୟ ପ୍ରତିନିଧି ଡ. ଏନ.ନାରାୟଣ ରେଡ୍ଡୀ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.