csstore

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଂଚାୟତ ସର୍ଗିପାଲି ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇ ଥିବା ଜଣାପଡିଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ, ସର୍ଗିପାଲି ଗାଁର ଜଗବନ୍ଧୁ ସାହୁଙ୍କ ୧୬ ବର୍ଷ ୧୧ମାସ ହୋଇଥିବା ନାବାଳିକା ଝିଅର ବିବାହ ବୁଢାବାହାଲ ପଂଚାୟତ ମାୟାମୁଣ୍ଡା ଗାଁର ଜୈନିକ ଯୁବକଙ୍କ ସହ ଆସନ୍ତା ଫେବୃୟାରୀ ମାସ ୮ ତାରିଖରେ ହେବାକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଶ୍ରୀମତୀ ଦାଶ, ସୁପର ଭାଇଜର କ୍ଷୀରୋନ୍ଦ୍ରି ସିଂ ଭୋଇ, ସଇଁନ୍ତଲା ଥାନା ଏସଆଇ ସଙ୍ଗୀତା ବେକ, ଲକ୍ଷ୍ମଣ ମହାନ୍ତି ଗାଁକୁ ପହଁଚି ଥିଲେ । ବିବାହ କାର୍ଡ ଦେଖାଇବା ପରେ ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିବା ପରେ ଝିଅର ବାପାଙ୍କୁ ଝିଅର ବିବାହ ବୟସ ହୋଇନ ଥିବାରୁ ବିବାହ ଆଇନ ସମ୍ମତ ନୁହେଁ ବୋଲି ବୁଝାଇଥିଲେ । ପରେ ଝିଅର ବିବାହ ବୟସ ହେବାପରେ ଝିଅକୁ ବିବାହ କରିବି ବୋଲି ଝିଅର ବାପା ଶ୍ରୀ ସାହୁ ଲିଖିତ ଦେବା ପରେ ବିବାହ ବନ୍ଦ କରାଯାଇଥିବା ସିଡିପିଓ ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.