pakka

କିଙ୍ଗସ୍‌ ବୁକ୍‌ ଅଫ୍‌ ୱାଲଡ଼ରେ ସ୍ଥାନ ପାଇଲା ଓମ୍‌ପ୍ରକାଶଙ୍କ ବାଲୁକା କଳା

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ୩୬ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳାଟି “କିଂଗ୍ସ ବୁକ୍‌ ଅଫ ୱାର୍ଲଡ ରେକର୍ଡ”ରେ ସ୍ଥାନ ପାଇଛି । କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳ ଗୁଡଭେଲା ବ୍ଲକରେ ପ୍ରବାହିତ ତେଲ ନଦୀର ପେନ୍ଦିମୁଣ୍ଡା ଘାଟରେ ତେନ୍ତୁଳିଖୁଣ୍ଟି ମକର ମେଳା ଅବସରରେ ଗତ ଜାନୁଆରୀ ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ବାଲୁକା କଳାଟି ପ୍ରଦର୍ଶିତ ହୋଇଥିଲା । ଏହି ମୋଡେଲଟି ତିଆରି କରିବା ପାଇଁ ୩୮୦୦ ଟନ ବାଲି ବ୍ୟବହୃତ ହୋଇଥିବା ବେଳେ ଏହାକୁ ଶେଷ କରିବା ପାଇଁ ୧୫ ଦିନ ସମୟ ଲାଗିଥିଲା । ଏହି ସଫଳତା ପରେ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ୱର୍ଦ୍ଧନା ପ୍ରଦାନ କରାଯାଉଛି । ଗତ ତା – ୫/୩/୨୦୨୩ ଦିନ ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଳା ଶିକ୍ଷା ଅନୁଷ୍ଠାନ କଳାୟତନ କଲେଜ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ, ସୁନ୍ଦରଗଡ଼ର ବାର୍ଷିକ ଉତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ୨୦୨୦ ମସିହାରେ ମଧ୍ୟ ଉକ୍ତ ସ୍ଥାନରେ ଶ୍ରୀ ସାହୁ ଭାରତର ଐତିହ୍ୟ ଉପରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରି ଏସିଆ ବୁକ୍‌ ଅଫ ରେକର୍ଡସ ଓ ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡରେ ଏହାକୁ ସାମିଲ କରି ଥିଲେ । ଭାରତରେ ବାଲୁକା କଳାରେ ବିଶ୍ୱ ରେକର୍ଡ ହାସଲ କରିଥିବା ଶିଳ୍ପୀମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପରେ ଶ୍ରୀ ସାହୁ ହେଉଛନ୍ତି ଦ୍ଵିତୀୟ ବ୍ୟକ୍ତି ।

jay balangir
Leave A Reply

Your email address will not be published.

four × one =