om academy

କୋଶଲ କଳାମଣ୍ଡଳ ପୁରୁଣା ମଂଚରେ ହେବ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ସ୍ଥାନୀୟ ଅମଲା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ବିନୋଦ କୁମାର କାଲସାଏ ବଲାଙ୍ଗିର ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଗତ ୨୧ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଲୋଚନା ଚକ୍ର, ଫେନ୍ସି ଡ୍ରେସ, କବିତା ଆସର, ପିଠାମଣ୍ଡା, ରକ୍ତଦାନ, ଝୁଟି ପ୍ରତିଯୋଗିତା, ପାଟଣେଶ୍ୱରୀ, ସମଲେଶ୍ୱରୀ ମନ୍ଦିରରେ ମହା ଆଳତି ହୋଇ ଶୋଭାଯାତ୍ରା ସହର ପରିକ୍ରମା କରି କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆବାହକ ଜୟକୃଷ୍ଣ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ସହ ଆଗାମୀ ଦିନରେ ଓଡିଶା ସଂସ୍କୃତି ବିଭାଗ ଏହି ଦିନକୁ ପାଳନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳଙ୍କ ଜରିଆରେ ସୂଚନା ଦେଇଥିଲେ । ସଂପାଦକ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ନୂତନ ଦାସ ବଲାଙ୍ଗିର ଜିଲ୍ଲାର ସମସ୍ତ ଘରମାନଙ୍କରେ ଦୀପ ପ୍ରଜ୍ଜଳନ କରିବା ପାଇଁ ଅନୁରୋଧ କରିଥିଲେ । ଷ୍ଟେଜ କମିଟିର କବି ଅର୍ଜୁନ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − seven =