csstore

ସର୍ଗିପାଲି ଗ୍ରାମରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ଗିପାଲି ଗ୍ରାମରେ ୨ଟି ବାଲ୍ୟ ବିବାହକୁ ବନ୍ଦ କରିଛି ବଲାଙ୍ଗିର ଜିଲ୍ଲା ୟୁଥ୍‌ ଫର୍‌ ଚିଲ୍ଡଡ୍ରେନ୍‌ ସର୍ଭିସ ସେଣ୍ଟର । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସର୍ଗିପାଲି ଗ୍ରାମରେ ୨ ଟି ନାବାଳିକାଙ୍କୁ ବିବାହ କରାଇଦିଆଯାଉଥିବା ବେଳେ ବଲାଙ୍ଗିର ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଂଚି ଏହି ବେଆଇନ ବାହାଘରକୁ ରୋକିଥିଲା । ତେବେ ଏହି ଚାଇଲ୍ଡ ଟିମ୍‌ରେ ଅନୁ ପଧାନ, ସୁପର୍‌ଭାଇଜର ଭୂମିସୁତା ମହାନନ୍ଦ, ସିଡିପଓ ସୁକାନ୍ତି ବେହେରା, ପୋଲିସ ମନୋଜ କୁମାର ମହାନ୍ତିଙ୍କ ସହ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିବା ନେଇ ବଲାଙ୍ଗିର ଚାଇଲ୍ଡ ଲାଇନ ଟିମ୍‌ର ଟିମ୍‌ ଲିଡର୍‌ ତ୍ରିଲୋଚନ ନାଗଙ୍କ ଠାରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.