ବଲାଙ୍ଗିର, (କେପିଏନ୍ଏସ୍) : ସଂଚୟ ଓ ଆର୍ଥିକ ସେବା ସଂଗଠନ, ଅର୍ଥ ବିଭାଗ, ଓଡ଼ିଶା ସରକାର ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଚୟ ପକ୍ଷ-୨୦୨୩ ଅବସରରେ ବକ୍ତୃତା ପ୍ରତିଯୋଗିତା ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ବିଭାଗୀୟ ସ୍ୱତନ୍ତ୍ର କାର୍ଯ୍ୟରତ ସହ ନିର୍ଦେଶକ ବିଜୟ କୁମାର ଶତପଥୀ ପରିଚାଳନା କରିଥିଲେ । ବିଚାରକ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସନାତନ ଠାକୁର, ରସରାଜ ଅଚ୍ୟୁତ ପୁରୋହିତ, ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କସ୍ତୁରୀ ରଥ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହରା ଓ କବି ସଂଦୀପ କୁମାର କୁଅଁର ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ବିନ୍ଦିଆ ବେହେରା, ଶିବାନୀ ବିଶ୍ୱାଲ, କ୍ଷୀରାବ୍ଦୀ ତନୟା ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ବ୍ୟୋମକେଶ ଦତ୍ତ ତ୍ରିପାଠୀ, ଅମିତ କୁମାର ଭୁଏ ଓ ଦେବକୁମାର ରଣା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆସନ୍ତା ୧୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ବଲାଙ୍ଗିର ଜିଲ୍ଲାର ୬ ଜଣ ନିଜ କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଅଭିକର୍ତ୍ତାଙ୍କୁ ପୁରସ୍କୃତ କରାଯିବ ବୋଲି ସ୍ୱତନ୍ତ୍ର କାର୍ଯ୍ୟରତ ସହ ନିର୍ଦେଶକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।
Next Post