jayashree

ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଜିମାତ୍ କଲେ ବଲାଙ୍ଗିରର ଓମ୍ ଏକାଡେମୀର ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଜିମାତ୍ କଲେ ବଲାଙ୍ଗିରର ଓମ୍ ଏକାଡେମୀର ଛାତ୍ରୀ । ନାଆ ତାଙ୍କର ନିରୁପମା କର, ସେ ନିଜର କଠିନ ପରିଶ୍ରମ ବଳରେ ୫୫୨ ମାର୍କ ଆଣି ପାରିଛନ୍ତି । ଏହି ସବୁର ଶ୍ରେୟ ତାଙ୍କ ଜନ୍ମଦାତ୍ରୀ ମା’ ବାପା ଓ ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ସେ ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି । ରେଗୁଲାର ମନ ଦେଇ ପାଠ ପଢ଼ିବା ଯୋଗୁଁ ସେ ଆଜି ୫୫୨ ମାର୍କ, ୯୨ ଶତକଡା ରଖି ଏହି ଯୁକ୍ତ ଦୁଇ କଳା ପରୀକ୍ଷାରେ ସଫଳତା ପାଇ ପାରିଛନ୍ତି । ମା’ ବାପାଙ୍କ ଫୁଲ ସପୋର୍ଟ, ଭଲ ପାଇବା ଓ ବିଶ୍ୱାସ ଯୋଗୁଁ ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ତାଙ୍କୁ ନେଇ ବଲାଙ୍ଗିର ସହରରେ ବେଶ୍ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.