jsm

ଅଲାତରା ସାପ୍ତାହିକ ବଜାର ଶିବମନ୍ଦିର ନିକଟସ୍ଥ ଆମ୍ବ ବଗିଚା ପଡିଆକୁ ସ୍ଥାନାନ୍ତରିତ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମ ପଞ୍ଚାୟତର ସପ୍ତାହିକ ବଜାର ରବିବାର ଦିନ ଦୀର୍ଘ ୭ ବର୍ଷ ହେବ ଅଲାତରା ରାମ ମନ୍ଦିର ଛକ ମୁଖ୍ୟ ରାସ୍ତା ଉପରେ ଚାଲୁଥିବା ବଜାରକୁ ଆଜି ଶିବ ମନ୍ଦିର ନିକଟସ୍ଥ ଆମ୍ବ ବଗିଚାକୁ ସ୍ଥାନାନ୍ତରିତ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଅଲାତରା ସରପଞ୍ଚ ସସ୍ମିତା ନାଗ ଉଦ୍‌ଘାଟନ କରିଥିବା ବେଳେ ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି, କହ୍ନେଇ ବାଗ, ଲକ୍ଷ୍ମଣ ଠାକୁର, ପଞ୍ଚୁଦେବ ସାହୁ, ତ୍ରିନାଥ ସାଣ୍ଢ, ସଂଖ୍ୟାକରି ମହାନନ୍ଦ, ସୁସରେନ ସାହୁ, କର୍ଣ୍ଣ ସୁନା ଏବଂ ବହୁ ବ୍ୟବସାୟୀ ଓ ଗ୍ରାହକ ଉପସ୍ଥିତ ଥିଲେ । ଏଠାରେ ପାନୀୟ ଜଳ, ଗଛ ତଳ ଏବଂ ଅନ୍ୟାନ୍ୟ ସୁବିଧା ଥିବାରୁ ବ୍ୟବସାୟୀ ଓ ଗ୍ରାହକମାନେ ଖୁସି ଥିବାର ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏଠାରେ ବଜାର ପାଇଁ ପିଣ୍ଡି ଓ ଆହୁରି ସୁବିଧା କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ନାଗ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.