pakka

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ୫, ଖାରବେଳ ନଗର ବଲାଙ୍ଗିର ଜିଲ୍ଲା ଶାଖାର ନିର୍ବାଚନ କମିଟିର ଚୂଡାନ୍ତ ବୈଠକ ଆଜି ପୂର୍ବାହ୍ନ ସକାଳ ଘ.୯ ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟସ୍ଥ ସଂଘ କାର୍ଯ୍ୟାଳୟଠାରେ ଜିଲ୍ଲା ଅଧ୍ୟକ୍ଷ ସୁଚିତ୍ରା ସୁନାଙ୍କ ସଭାପତିତ୍ୱରେ ଅପରାହ୍ନ ଘ.୧ ପର୍ଯ୍ୟନ୍ତ ବସିଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ଆସନ୍ତା ତା.୦୫/୦୬/୨୨ ରବିବାର ଦିନ ସାମ୍ବାଦିକ ଭବନଠାରେ ସଂଘୀୟ ନିର୍ବାଚନ କାର୍ଯ୍ୟ ହେବାର ସ୍ଥିରୀକୃତ ହେଲା । ନିର୍ବାଚନ ପାଇଁ ରାଜ୍ୟ କମିଟି ଓ ଅଖିଳ ଭାରତୀୟ ଶିକ୍ଷକ ମହାସଂଘକୁ ଅବଗତ କରାଗଲା । ଜିଲ୍ଲା ସଂଘ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବିଦ୍ୟାଳୟ ସବୁ ଛାତ୍ର ଛାତ୍ରୀଙ୍କ ହିତ ଦୃଷ୍ଟିରୁ ବନ୍ଦ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଦାବୀପତ୍ର ଜଣାଇଲା । ଟିଟିଲାଗଡ ବ୍ଲକ ଓ ମୁରିବାହାଲ ବ୍ଲକରେ ଶିକ୍ଷକମାନଙ୍କୁ ୨୦% ପେ ଫିକ୍ସେସନ ଏରିଅର୍‌ ନ ମିଳିବାରୁ ଶିକ୍ଷକମାନେ ବହୁ ଦୁଃଖିତ । ଏଣୁ ଜିଲ୍ଲା ସଂଘ ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ଗଣଶିକ୍ଷା ସଚିବଙ୍କ ଅବଗତି ପାଇଁ ଓ ବିହିତ ପଦକ୍ଷେପ ପାଇଁ ଅନୁରୋଧ ପତ୍ର ଗ୍ରହଣ କଲା । ଶେଷରେ ସଭାପତି ଉପସ୍ଥିତ ସମସ୍ତ ବ୍ଲକର ସଭ୍ୟ, ସଭ୍ୟାଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କଲେ । ସଭାରେ ଶାନ୍ତିଲତା ସାହୁ, ହରେକୃଷ୍ଣ ରଥ, ପ୍ରଶାନ୍ତ ପୁରୋହିତ, ଜୟଦେବ ବିଶି, ସତ୍ୟ ସାହୁ, ବିପିନ ବୁଡେକ, ପ୍ରକାଶ ପଣ୍ଡା, କୁମୁଦିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five − 3 =