csstore

ରାମମନ୍ଦିର ପରିସରରେ ରାମଳୀଲା ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଜିଲ୍ଲାପାଳ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ମକର ସଂକ୍ରାନ୍ତିର ଶୁଭ ଅବସରରେ ଚଳିତବର୍ଷ ବୌଦ୍ଧ ରାମଳୀଲା ମନ୍ଦିର ପରିସରରେ ରାମଳୀଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବବିତାରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁରଙ୍କ ସମେତ ବୌଦ୍ଧ ସହରର ରାମଳୀଲା ନୃତ୍ୟ ସାଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ବୌଦ୍ଧ ସହରର ବାଣିଜ୍ୟ ସଙ୍ଘ, ଓକିଲ ସଙ୍ଘ, ସାମ୍ବାଦିକ ସଙ୍ଘ ଭଳି ବିଭିନ୍ନ ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବୀ ଅନୁଷ୍ଠାନର ସଭାପତି ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ କିଭଳି ଭାବେ ବୌଦ୍ଧ ଐତିହାସିକ ରାମଳୀଲା ଯାତ୍ରାକୁ ଆହୁରି ସରସ ସୁନ୍ଦର କରାଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲଚନା କରାଯାଇଥିଲା ।

jayashree
Leave A Reply

Your email address will not be published.