pakka

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ବୈଠକ ସିଦ୍ଧଶଙ୍କର ଆଇରନ ଷ୍ଟୋର ଶାନ୍ତିପଡା, ବଲାଙ୍ଗିର ଠାରେ ହୋଇଥିଲା । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ମନୋରଂଜନ ମିଶ୍ର ସାଧାରଣ ସଂପାଦକ ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ଯାହାକୁ ଉପସ୍ଥିତ ସମସ୍ତ ସଭ୍ୟ କରତାଳି ମାଧ୍ୟମରେ ଅନୁମୋଦନ କରିଥିଲେ । ଏଜେଣ୍ଡା ଅନୁସାରେ ଆଲୋଚନା ହୋଇଥିଲା । ଆସନ୍ତା ସାଧାରଣ ପରିଷଦ ବୈଠକ ତା.୨୬/୧୨/୨୦୨୨ ସଦେଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଦିବା ଘ.୧୧ରେ ଅନୁଷ୍ଠିତ ହେବ । ବାର୍ଷିକ ବଣ ଭୋଜି ତା.୧୧/୦୧/୨୦୨୩ ତାରିଖରେ ଅନୁଷ୍ଠିତ ହେବା ପାଇଁ ସିଦ୍ଧାନ୍ତ ଗ୍ରହଣ ହେଲା । ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବାକୁ ସ୍ଥିର ହେଲା । ଏହା ସଙ୍ଗେ ସାଙ୍ଗଠନିକ ଓ ଆର୍ଥିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ସଭାରେ ଉପ-ସଭାପତି ବିରଞ୍ଚି ହୋତା, ଅତିରିକ୍ତ ସାଧାରଣ ସମ୍ପାଦକ ସୁନିଲ ବିଶ୍ୱାଲ, କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ ଉପଦେଷ୍ଟା ଧନଞ୍ଜୟ ମିଶ୍ର ଓ ବାସୁଦେବ ମେହେର, ହରେକୃଷ୍ଣ ମେହେର, ମଲିଆ ଗଡୁଆ, କପିଳେଶ୍ୱର ଖମାରୀ, ପୂର୍ଣ୍ଣଚନ୍ଦ୍ର ମେହେର, ପୀତବାସ ପଣ୍ଡା, ନବୀନ କୁମାର ନନ୍ଦ, ବୃଶକେତୁ ସାହୁ ପ୍ରମୋଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ ଆଲୋଚନାରେ ଭାଗ ନେଇଥିଲେ । ପରିଶେଷରେ ଅତିରିକ୍ତ ସାଧାରଣ ସମ୍ପାଦକ ସୁନିଲ ବିଶ୍ୱାଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

17 + eleven =