pakka

ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଘର କାର୍ଯ୍ୟକାରିଣୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଘ (ଏନ୍‌ପିଏସ୍‌) ଆଜି କଲେଜ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଭ୍ୟ/ ସଭ୍ୟା ସରକାରଙ୍କର ନୂତନ ପେନସନ୍‌ ଯୋଜନାକୁ ବିରୋଧ କରିବା ଓ ଜିଲ୍ଲା ଅଧିନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟମାନଙ୍କ ଦୁର୍ନୀତି ନିତିଦିନିଆ ହୋଇଯାଇଥିବା ବିଷୟକୁ ଘୋର ନିନ୍ଦା କରାଯାଇଥିଲା । ଉପରୋକ୍ତ ଦୁଇଟି ସମସ୍ୟା ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ବିଭିନ୍ନ ମତ ରଖାଯାଇଥିଲା । ଏଥିରେ ସମସ୍ତ ସଭ୍ୟ / ସଭ୍ୟାଙ୍କ ସହମତି କ୍ରମେ ଆଗାମୀ ଦିନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଧାର୍ଯ୍ୟ କରାଗଲା । ସରକାର ନୂତନ ପେନସନ୍‌ ସ୍କିମ ଲାଗୁ କରିବା ଫଳରେ କର୍ମଚାରୀ ଶୋଷଣ ନୀତି ସ୍ପଷ୍ଟ ହୋଇଯାଇଛି । ନିଜ ରାଜସ୍ୱ ଓ ବଳକା କରିବା ଆଳରେ ରାଜ୍ୟ କର୍ମଚାରୀମାନଙ୍କ ପେନସନ୍‌କୁ ହକ୍‌ ବୋଲି କୁହାଯାଉଥିବା ପେନସନ୍‌କୁ ବନ୍ଦ କରିବା, କର୍ମଚାରୀ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ଅବସର ବେଳେ କର୍ମଚାରୀମାନେ କେମିତି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ନିକଟ ଅତିତରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନେ ୬୦୦ ଟଙ୍କାରୁ ୧୮୦୦ ଟଙ୍କା ମଧ୍ୟରେ ପେନସନ୍‌ ପାଇଥିବା ନଜିର ଅଛି । ଏହି ପେନସନ୍‌ ଦେଇ ସରକାର କର୍ମଚାରୀଙ୍କ ସମାଜିକ ରକ୍ଷଣାବେକ୍ଷଣକୁ ଓହରି ଯିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପ୍ରକାଶ କରିଛି । ବଲାଙ୍ଗିର ଶିକ୍ଷା ଜିଲ୍ଲାରେ ଅଧିକାଂଶ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ୍‌, ଇଏଲ୍‌, ଏରିଆର, ସାର୍ଭିସବୁକ୍‌ ପ୍ରସ୍ତୁତି ଇତ୍ୟାଦି ଆଳରେ କିରାଣୀମାନଙ୍କ ଦ୍ୱାରା ଆର୍ଥିକ, ମାନସିକ ରୂପରେ ଶିକ୍ଷକମାନେ ନିର୍ଯ୍ୟାତିତ ହେଉଛନ୍ତି । ଏହି ସବୁ କାମ ପାଇଁ ଶିକ୍ଷକଙ୍କୁ ପଇସା ଦାବୀ କରିବା ବନ୍ଦ କରାଯାଇ ଏକ ନିର୍ମଳ ଓ ସ୍ୱଚ୍ଛ ବ୍ୟବସ୍ଥା କରିବା ପାଇଁ ସଂଘର କର୍ମକର୍ତ୍ତାମାନେ ଦାବୀ ଉପସ୍ଥାପନ କରିଥିଲେ । ଏ ସବୁ ଅବସ୍ଥାର ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ଙ୍କ ଦୃଷ୍ଟି ଆକର୍ଷଣ କରେ । ଉପରୋକ୍ତ ଦାବୀ ନେଇ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଘର ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି କରୁଣା ପଟେଲ, ଚକାନନ୍ଦ କମ୍ପ, କୋଷାଧ୍ୟକ୍ଷ ସୁମନ ସାହୁ, ଦେବକାନ୍ତ ମେହେର, ଶୁଶିଲ ପୋଡ, ମୋହନ ସାହୁ, ଗଣେଷ ଚନ୍ଦ୍ର ପଣ୍ଡା, ସୁଷାନ୍ତ ଷଡଙ୍ଗି ଏବଂ ସଂଘର ସମସ୍ତ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − seventeen =