pakka

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ : ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

bbehera

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ । ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି । ୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ ମୁମ୍ବାଇରୁ ବାହାରି ୧୮ ତାରିଖରେ ଭୁବନେଶ୍ବର ପହଞ୍ଚିବେ । ଏହାପରେ ସେମାନେ ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜିଆଇଏଫଟି) ପରିଦର୍ଶନ କରିବେ । ଏଥିସହିତ ପୁରୀ, କୋଣାର୍କ ଏବଂ ଭୁବନେଶ୍ବରର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବେ । ମହାରାଷ୍ଟ୍ର ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଉଭୟ ପରସ୍ପରର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ପାନୀୟ, ଶିକ୍ଷା ପଦ୍ଧତି ଆଦି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଧୀନରେ ପୂର୍ବରୁ ମଧ୍ୟ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ।

Leave A Reply

Your email address will not be published.

9 − three =