pakka

ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ବାଣିଜ୍ୟ ଓ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ପରସରରେ ଥିବା ଅଭ୍ୟର୍ଥନା କକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାସ୍ତାକଡ ଦୋକାନୀ, ବାହାନ ଚାଳକ ଓ ପୋଲିସ୍ କର୍ମଚାରୀମାନଙ୍କୁ ଦୁର୍ଘଟଣା ସମୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ରକ୍ତସ୍ରାବ ପରିଚାଳନା, ଆବଶ୍ୟକ ସ୍ୱାସ୍ଥ୍ୟଗତ ପ୍ରାଥମିକ ଉପଚାର ଓ ଦୁର୍ଘଟଣା ଜନିତ ସରକାରଙ୍କ ବିଦ୍ଧି ବ୍ୟବସ୍ଥା ସଂପର୍କରେ ପରିବହନ ବିଭାଗ ତରଫରୁ ରକ୍ଷକ ତାଲିମ ପ୍ରଶିକ୍ଷକ ଅଧ୍ୟାପକ ତ୍ରିନାଥ ପରିଡା ସବିଶେଷ ତାଲିମ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୋଟର ଯାନ ନିରୀକ୍ଷକ ବାମଦେବ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ମୋଟର ଯାନ ନିରୀକ୍ଷକ ଅମିତ କୁମାର ରଣା ଓ ଡେଲାଙ୍ଗ ଥାନାଧିକାରୀ ଅନିଲ୍ କୁମାର ମହାନ୍ତି ଯୋଗଦାନ କରି ରକ୍ଷକ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଟ ଡେଲାଙ୍କ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ, ସବ୍ ଇନିଷପେକ୍ଟର ପ୍ରଭୂପାଦ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ଜନସାଧାରଣଙ୍କୁ ରାସ୍ତା ନିରାପତ୍ତାର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ । ଡେଲାଙ୍ଗ ଥାନାର ସମସ୍ତ କର୍ମଚାରୀ, ଦୋକାନୀ ଓ ବାହାନଚାଳକ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ତଥ୍ୟ ଓ କୌଶଳ ଶିକ୍ଷାଲାଭ କରିଥିବାରୁ ଆୟୋଜକ ଡେଲାଙ୍ଗ ଥାନାଧିକାରୀ, ଜିଲ୍ଲା ପରିବହନ ବିଭାଗ, ରାଜ୍ୟ ରେଡକ୍ରସ୍ ଓ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ସହିତ ଦୁର୍ଘଟଣାଗ୍ରସ୍ତଙ୍କୁ ଅକୁଣ୍ଠରେ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଶପଥ ନେଇଥିଲେ ।

Leave A Reply

Your email address will not be published.

2 × three =