jsm

ବୈତାଳି କ୍ଲଷ୍ଟରରେ ଇକୋ କ୍ଲବ ପୁନର୍ଗଠନ ସହ ପରିଚୟ ପତ୍ର ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ଦିବସ କୁମାର ସାହୁ ଯୋଗ ଦେବା ପରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପରିଲକ୍ଷିତ ହେଉଛି । ଖାସ କରି ବିଦ୍ୟାଳୟ ସ୍ତରକୁ ଆସୁଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ବିଭିନ୍ନ ଅନୁଦାନ ସଠିକ୍‌ ରୂପେ ତୃଣମୂଳ ସ୍ତରକୁ ପହଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବିଦ୍ୟାଳୟ ସ୍ତରୀୟ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସବୁଜ ବାହିନୀ ଇକୋ କ୍ଲବର ସଦସ୍ୟ ସଦସ୍ୟାଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା କରିବା ସହ ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟକୁ ପ୍ରତ୍ୟକ୍ଷ ଭାବେ ଯାଇ ବୁଝାଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ସ୍ତରରେ ଇକୋ କ୍ଲବ ଗଠନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଆର୍ଥିକ ଅନୁଦାନ ଆସିଥିଲା କିନ୍ତୁ ତାହା ସଠିକ୍‌ ଭାବେ ବିନିଯୋଗ ହୋଇନଥିବା ବେଳେ ବିଦ୍ୟାଳୟମାନଙ୍କରେ ସଠିକ୍‌ ରୂପେ ଇକୋ କ୍ଲବ ମଧ୍ୟ ଗଠନ କରାଯାଇନଥିଲା । ସିଆର୍‌ସିସି ଶ୍ରୀ ସାହୁ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିବା ପରେ ଏନେଇ ଅବଗତ ହେବା ପରେ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କ ସହ ଆଲୋଚନା କରି ସମସ୍ତ ବିଦ୍ୟାଳୟରେ ଇକୋ କ୍ଲବ ଗଠନ କରିବା ସହ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ଯାହା ଯୋଗୁଁ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଇକୋ କ୍ଲବ ପୁନର୍ଗଠନ ସହ ସକ୍ରିୟ ହୋଇଛି । ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ପରିଚୟ ପତ୍ର ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି । ସିଆର୍‌ସିସି ଦିବସ କୁମାର ସାହୁଙ୍କ ଉକ୍ତ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.