csstore

ମା’ ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ୧୭ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ସୂଚାରୁ ରୂପେ ଷୋଡଶ ପୂଜା ହେବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁ ମାନେ ୧୬ ଦିନ, ୯ ଦିନ ଓ ୩ ଦିନ ଧରି ତିନୋଟି ପର୍ଯ୍ୟାୟରେ ମା’ଙ୍କ ଠାରେ ଅଖଣ୍ଡ ଦୀପ ଜାଳି ପାରିବେ । ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା ସାଙ୍ଗକୁ ୧୬ ଦିନରେ ମା’ଙ୍କ ୧୬ଟି ବେଶ ଓ ଷୋହଳ ପ୍ରକାର ଭୋଗ ଅର୍ପଣ କରାଯିବ । ପ୍ରତ୍ୟହ ପ୍ରାତଃ ୫ଟାରେ ମଙ୍ଗଳ ଆଳତି, ସକାଳ ୭ଟାରେ ନୀତିପୂଜା, ୯ ଟାରେ ଷୋହଳ ପୂଜାରେ ପାର୍ଶ୍ଵ ଦେବୀଙ୍କ ପୂଜା, ଦିବା ୧୨ ଟାରେ ଚଣ୍ଡୀପାଠ, ଅପରାହ୍ନ ୨ଟାରେ ହୋମଯଜ୍ଞ କରାଯିବା ସହିତ ସଂଧ୍ୟା ୭ଟାରେ ସଂଧ୍ୟା ଆଳତି, ସାଢ଼େ ସାତ ଟାରୁ ୯ଟା ପର୍ଯ୍ୟନ୍ତ ଭଜନ ସମାରୋହ, ରାତି ୯ ଟାରେ ବିଶ୍ରାମ ଆଳତୀ ଓ ମିଷ୍ଟାନ୍ନ ଭୋଗ ଅର୍ପଣ ଏବଂ ସାଢେ ୯ ଟାରେ ଶକ୍ତି ପହଡ଼ କରାଯିବ । ଏଥିସହିତ ଅଷ୍ଟମୀ, ନବମୀ ଓ ଦଶମୀ ତିଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ପୀଠର ମୁଖ୍ୟ ପୃଷ୍ଠପୋଷକ ଦେବୀପୁତ୍ର ମୂରଲୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶତ୍ରୁଘ୍ନ ରାଏ, ଘାସିରାମ ପୁଟା, ମୁକେଶ ପଧାନ, ରବି କୁଅଁର, ଡାକ୍ତର କୁଅଁର, ପ୍ରକାଶ ମହାରଣା, ସୁରେନ୍ଦ୍ର କୁଅଁର, ସତ୍ୟନାରାୟଣ ମେହେର, ଡା.ମୋହନ ମେହେର, ସୁବାଷ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.