csstore

ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖେଳ ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଓ ସମ୍ମାନିତ ଅତିଥି ଭାବେ ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ଖେଳ ଶିକ୍ଷକ ହେମନ୍ତ ପଧାନ, ସଂପାଦକ ଉମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା‌ ଖେଳ ନିରୀକ୍ଷକ ଖେଳ ସମ୍ବନ୍ଧୀୟ ନିୟମ କାନୁନ ବିଷୟରେ ବୁଝାଇଥିବା ବେଳେ ଯଦି ଚଳିତ ବର୍ଷ ବ୍ଲକସ୍ତରୀୟ ଖକୋ, ଫୁଟବଲ, କବାଡି ଇତ୍ୟାଦି ପ୍ରତିଯୋଗିତା ହୁଏ ତାହା ହେଲେ ଦେଓଗାଁ ବାଳିକା ହାଇସ୍କୁଲ ନିକଟରେ ଥିବା ପଡ଼ିଆରେ ଖେଳ ଅନୁଷ୍ଠିତ ହେବା ପାଇଁ ଚୂଡ଼ାନ୍ତ କରାଯାଇଥିଲା । ପରିଶେଷରେ କୁତୁର୍ଲା ହାଇସ୍କୁଲର ଖେଳ ଶିକ୍ଷକ ଗୋପାଳ ଚନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.