pakka

ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ପରିସରରେ ଅମୃତ ମହୋତ୍ସବ ଅବସରରେ ୭୬ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ସଂପାଦକ ଡମନ ବଗର୍ତ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଦୂତିବାହାନ ଚନ୍ଦନ, ପୌରାଞ୍ଚଳ ଉପଦେଷ୍ଟା ଖରତମଲ ରାଉତ, ବୈରାଷ୍ଟ୍ର ବାଗ, ଗୌରୀ ଶଙ୍କର ଚନ୍ଦନ, ଜୟଦେବ ଜାଲ, ସାନ ଜାଲ, ଆକୁଳ ବଗର୍ତ୍ତି, ଘାସିରାମ ଦିପ, ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛୋଟ ଛୋଟ ଛୁଆମାନଙ୍କୁ ଜାତୀୟ ପତାକା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

one × 2 =

error: Content is protected !!