p purohi

ମାଣ୍ଡିଆ ଚାଷୀଙ୍କୁ ନେଇ ବୈଠକ

dr. purohit

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ପରମାନନ୍ଦପୁର ଠାରେ ମାଣ୍ଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୱାୟସନର ମିଲେଟ ମିଶନ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା ବର୍ମା, କର୍ଲ।ମୁଣ୍ଡା ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟିର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଗୋଷ୍ଠୀ ସାଧନ କର୍ମୀ ଭାନୁମତି ପଧାନ, ଜୀବର୍ଦ୍ଧନ ସାହୁ, ଶ୍ରଦ୍ଧାଞ୍ଜଳି ବାଗ, ବାଲ୍ମୀକି ଛତ୍ରୀଆ, ପ୍ରବୀଣ ଭୋଇ, ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନାର ଲକ୍ଷ୍ୟ, ଉର୍ଦ୍ଦେଶ୍ୟ, ମାଣ୍ଡିଆ ଚାଷର ବିଭିନ୍ନ ପଦ୍ଧତି, ବଜାର ବ୍ୟବସ୍ଥା ଓ ଚାହିଦା ତଥା ଖାଦ୍ୟ ରୂପେ ଗ୍ରହଣ କରିବା ଉପରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗାଁ ଚାଷୀ କମିଟି ସଭାପତି ତ୍ରିଲୋଚନ ଗହୀର, ମମତା ଭୋଇ, ପୂର୍ଣ୍ଣ ଚନ୍ଦ୍ର ମାଝୀ, ସାଧୁ ବୁଡେକ ଓ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ । ଏହାପରେ ପୂଜା ବର୍ମା ବିଭିନ୍ନ ସ୍ଥାନରେ ଚାଷୀଙ୍କ ଦ୍ଵାରା ହୋଇଥିବା ମାଣ୍ଡିଆ ଚାରାକୁ ପରିଦର୍ଶନ କରିଥିଲେ ।

nrusinghnath
Leave A Reply

Your email address will not be published.