jsm

ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ

csstore

ଭଦ୍ରକ : ଭଦ୍ରକ ସହର ପାନ୍ଥ ନିବାସରେ ଆଜି ଓଡ଼ିଶା ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ କମିଟିର ସଦସ୍ୟ ବିଧାୟକ ଅନନ୍ତ ଦାଶ, ବିଧାୟକ ଭୂପିନ୍ଦର ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ବିଧାୟକ ସ୍ୱରୂପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଯେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଏସ୍‌ପି ଚରଣ ସିଂ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରମୁଖ ଯୋଗ ଦେଇ ସରକାରୀ ଯୋଜନା ଓ ବିଭିନ୍ନ ବିଭାଗ ପକ୍ଷରୁ ଜିଲ୍ଲାରେ ହୋଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.