pakka

କୋଶଳ ମୁକ୍ତି ମୋର୍ଚ୍ଚାର ସାଂଗଠନିକ ବୈଠକ

bbehera
  • ବାଳିପଟା ଗାଁର ଉଇହୁଙ୍କା ଘରେ ରହୁଥିବା ଦୁଃଖଦେଇ ବିଶିଙ୍କ ଘରଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼ ପକ୍ଷରୁ ସାଂଗଠନିକ ବୈଠକ ନୁନହାଡଠାରେ ଅନୁଷ୍ଠିତ ହୋଇଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶିଲ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା ବିରୋଧରେ ଆନ୍ଦୋଳନ ସହ ପଦଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାରଙ୍କ ଦୀର୍ଘ ଦିନ ଶାସନ କାଳରେ ପଶ୍ଚିମ ଓଡ଼ିଶାର ଲୋକେ ଆବାସ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । କିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଓ ଇଲୋଟ୍ରୋନିକ୍ ମିଡ଼ିଆରେ ପ୍ରସାରିତ ହୋଇଥିବା ସୂଚିତ ଘଟଣା ପାଟଣାଗଡ଼ ବ୍ଲକଠାରୁ ମାତ୍ର ୭ କିମି ଦୂରରେ ବାଳିପଟା ଗ୍ରାମର ଦୁଃଖଦେଇ ବିଶି ଉଇହୁଙ୍କା ଘରେ ରହୁଥିବା ଏକ ନିନ୍ଦନୀୟ ଘଟଣା ବୋଲି ବୈଠକରେ ଦୃଢ଼ ନିନ୍ଦା କରାଯାଇଛି । ଆଗାମୀ ଦିନରେ ବାଲିପଟା ଗାଁର ୭୦ ବର୍ଷିୟ ଦୁଃଖ ଦେଇ ବିଶି ରହୁଥିବା ଉଇହୁଙ୍କା ଘର ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ କୋଶଳ ମୁକ୍ତି ମୋର୍ଚ୍ଚାର ଡିଙ୍ଗର କୁମ୍ଭାର, ସୁବାଷ ଚନ୍ଦ୍ର ଆଚାର୍ଯ୍ୟ, ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ, ଜିତୁ ନାଏକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − 2 =