jsm

ରମ୍ଭା ପୋଲିସ ଥାନାରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ପୋଲିସ ଷ୍ଟେସନରେ ଆସନ୍ତା ଅପ୍ରେଲ ୨୩ ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୁରେଇବାକୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ପରାମର୍ଶକ୍ରମେ ରମ୍ଭା ଥାନାଧିକାରୀ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତି ନେଇ ବିଭିନ୍ନ ସାମାଜିକ କର୍ମୀ, ସ୍ବେଚ୍ଛାକୃତ ରକ୍ତ ସଂଗ୍ରହକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାକୃତ ରକ୍ତଦାତା, ସ୍ବେଛାସେବୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ, ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ସୁରଥ ପାହାନ, ଗଂଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଆମ ପୋଲିସ ସମିତି ସଭ୍ୟ ବିଜୟ କୁମାର ବିଶ୍ବାଳ, ସୁବଳୟା ସମିତିସଭ୍ୟ ପ୍ରତିନିଧି ରମେଶ ଚନ୍ଦ୍ର ବେହେରା, ମଲାଡ଼ ସମିତି ସଭ୍ୟ ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ଖଣ୍ଡଦେଉଳି ସରପଞ୍ଚ ବୈରାଗୀ ବେହେରା, ଝାରେଡି ସରପଞ୍ଚ ସିଦ୍ଧେଶ୍ୱର ନାହାକ, ପାଳିବନ୍ଧ ସରପଞ୍ଚ ବିଦ୍ୟାଧର ପ୍ରଧାନ, ସାନ ରାମଚନ୍ଦ୍ରପୁର ସମିତି ସଭ୍ୟ ହଜାରୀରାମ ବେହେରା, ସନ୍ତୋଷପୁର ସମିତି ସଭ୍ୟ ପ୍ରତିନିଧି ଏସ. ରାମଚନ୍ଦ୍ର ରେଡ୍ଡୀ, ସନ୍ତୋଷପୁର ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ, ପ୍ରାକ୍ତନ ସରପଞ୍ଚ ଅମୂଲ୍ୟ ଦଳେଇ, ଚିତ୍ତରଞ୍ଜନ ନାହାକ, ବେଣୁଧର ନାହାକ, ସନ୍ତୋଷ କୁମାର ନାହାକ, ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ମଧୁରଚୁଆ ସଭାପତି ଶିକ୍ଷକ ଅମର ନାହାକ, ହରିପୁର ବୁରୁଡ଼ି ଶାଖା ସଂଯୋଜକ ବସନ୍ତ ନାହାକ ଯୋଗଦେଇ ରକ୍ତଦାନ ପରି ଏକ ମହତ୍ତ୍ୱପୂର୍ଣ୍ଣ ଓ ଜନକଲ୍ୟାଣକାରୀ କାର୍ୟ୍ୟକ୍ରମକୁ ସଫଳ କରିବାର ବିଭିନ୍ନ ଦିଗ ଉପରେ ଅଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରମ୍ଭା ପୋଲିସ ଥାନାର ସବ୍ଇନିସ୍ପେକ୍ଟର ବିକାଶ କୁମାର ସାମଲ, ପ୍ରଭାତ କୁମାର ନାହାକ, ରୂପକ କୁମାର ପଳେଇ, ଲୋକନାଥ ପାତ୍ର, ଗାୟତ୍ରୀ ପରିବାରର ପଞ୍ଚାନନ ଖଟୁଆ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.