ଭୂତିଆରବାହାଲ ଶିଶୁ ମନ୍ଦିରରେ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଭୂତିଆରବାହାଲ୍ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଉପସଭାପତି ପଞ୍ଚାନନ ଭୋଇଙ୍କ ସଭାପତିତ୍ୱରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁଜୀ, ଗୁରୁମା ସହ ଅନ୍ୟ କର୍ମଚାରୀଙ୍କ ଦକ୍ଷିଣ ସମ୍ବନ୍ଦରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷାଦାନ କରି ଅଞ୍ଚଳର ଶିଶୁମାନଙ୍କୁ କିଭଳି ସମସ୍ତ ପ୍ରକାରର ଶିକ୍ଷିତ କରିହେବ ସେ ଦିଗରେ ଚିନ୍ତିତ ହେବାକୁ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଧାନ ଗୁରୁଜୀ ଜିତେନ୍ଦ୍ର ଭୋଇ, ସମ୍ପାଦକ ଅକ୍ଷୟ ଚୌଧୁରୀ, ସଭ୍ୟ ବେଣୁଧର ନାଏକଙ୍କ ସହ ଅନ୍ୟ ସଭ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.