ବର୍ଣ୍ଣାଳି ସଂଗଠନର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାମାଜିକ-ସାଂସ୍କୃତିକ ସଂଗଠନ ‘ବର୍ଣ୍ଣାଳି’ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର, ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ବାସୁଦେବ ମେହରେ ଓ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ସୁନିଲ ଚନ୍ଦ୍ର ବିଶ୍ୱାଳ । ଆଗାମୀ ମେ’ ମାସରେ ସଂଗଠନର ବାର୍ଷିକ ଉତ୍ସବ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ଉତ୍ସବରେ ଡ୍ରାମା, ନାଚ, ଗୀତ, ସଂଗୀତ ଓ ଚିତ୍ରକଳା ପ୍ରଦର୍ଶନୀ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏଥିପାଇଁ ବିଭିନ୍ନ କମିଟି ଯଥା ସଂବର୍ଦ୍ଧନା କମିଟି, ଅର୍ଥ କମିଟି, ସାଂସ୍କୃତିକ କମିଟି, ପରିଚାଳନା କମିଟି ଇତ୍ୟାଦି ଗଠନ କରାଯାଇଛି । ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ମୁଖ୍ୟ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ଉପଦେଷ୍ଟା ବୃନ୍ଦ ଶୁଭ୍ରାଂଶୁ ମିଶ୍ର, ବ୍ରଜ କିଶୋର ପଣ୍ଡା, ମଳୟ ତ୍ରିପାଠୀ, ନିଳାଞ୍ଚଳ ଚିରଗୁନ ଓ ପ୍ରଫୁଲ୍ଲ ମେହେର, ଉପ-ସଭାପତି କପିଳେଶ୍ୱର ଖମାରୀ, ଯୁଗ୍ମ ସଂପାଦକ ଅଶୋକ କୁମାର ଚାନ୍ଦ, ସଭ୍ୟମାନେ ଆର୍ତ୍ତତ୍ରାଣ ବାଗ, ବିକାଶ ଷଡଙ୍ଗୀ, ଅନୁପ କୁମାର ମିଶ୍ର, ପ୍ରଦୀପ କୁମାର ବରାଳ, ସନ୍ତୋଷ କୁମାର ହୋତା, ଚନ୍ଦ୍ରମା ହୋତା ପ୍ରମୁଖ । ଶେଷରେ ଉପଦେଷ୍ଟା ବ୍ରଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 4 =

error: Content is protected !!