pakka

ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

bbehera

କଳାହାଣ୍ଡି, (ପି.କେ. ସାହୁ) : ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ତମାଖୁ ସେବନର କୁପ୍ରଭାବ, ତମାଖୁ ଉତ୍ପାଦନ, ପ୍ରସାର ତଥା ସେବନକୁ ନିରୁତ୍ସାହିତ କରିବା ଏବଂ ଏ ସମ୍ବନ୍ଧିୟ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ । ଜିଲ୍ଲା ତମାଖୁ ନିୟନ୍ତ୍ରଣ ୟୁନିଟ ଏ ବିଷୟରେ ସଚେତନତା ସୃଷ୍ଟି ସହ ପ୍ରବର୍ତ୍ତନ ଅଧିକାରୀମାନଙ୍କ ଦ୍ଵାରା ଧରପଗଡ, ଫାଇନ ଆଦାୟ, ଶିକ୍ଷା ଅନୁଷ୍ଠାନମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଥାଏ । ସିଓପିଟିଏ ଆଇନ୍ ଅନୁଯାୟୀ ଧାରା ୪ରେ ସର୍ବ ସାଧାରଣ ସ୍ଥାନରେ ଧୂମପାନ ୨୦୦ ଟଙ୍କା ଫାଇନ, ଧାରା ୫ ଅନୁଯାୟୀ ତମାଖୁର ପ୍ରଚାର କଲେ ୨ ବର୍ଷ ଜେଲ ସହ ୧୦୦୦ ଟଙ୍କା ଫାଇନ ଦ୍ଵିତୀୟ ଥର ସେଇ ଅପରାଧ କଲେ ୫ ବର୍ଷ ଜେଲ ସହ ୫୦୦୦ ଟଙ୍କା ଫାଇନ ସେଭଳି ଧାରା ୬ ଏ ଓ ବି ଅନୁଯାୟୀ ଶିକ୍ଷାନଷ୍ଠାନର ୧୦୦ ୟାର୍ଡ ମଧ୍ୟରେ ନାବାଳକକୁ ତମାଖୁ ବିକ୍ରୟ କଲେ ୨୦୦ ଟଙ୍କା ଫାଇନ ବ୍ୟବସ୍ଥା ରହିଛି । ୨୦୨୧-୨୨ରେ ଜିଲ୍ଲାରେ ୧୩୫ ଜଣଙ୍କୁ ଧରାଯାଇ ମୋଟ୍ ୨୫୭୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଶିକ୍ଷାନୁଷ୍ଠାନମାନଙ୍କୁ ତମାଖୁ ବିହୀନ ଅନୁଷ୍ଠାନରେ ପରିଣତ କରାଯାଉଛି । ସମସ୍ତେ ବର୍ତ୍ତମାନ ଯୁବକମାନଙ୍କ ମଧ୍ୟରେ ସିଗାରେଟ ଓ ବିଡିର ସେବନ ବହୁତ୍ କମିଯାଇଛି ଯାହା କେବଳ ଗୁଟଖାର କିଛି ବ୍ୟବହାର ରହୁଛି ତାକୁ କମାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି । ସଭରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍‌ଓ ରଞ୍ଜନ ମିତ୍ର, ଏଏମ, ଏନ୍‌ସିଡ଼ି, ହିମାଂଶୁ ଶେଖର ବାରିକ, ଡିଆଇପିଆର୍‌ଓ ମନୋଜ ବେହେରା, ଡିପିଏମ ଅବନୀ ମହାପାତ୍ର, ଡିଇଓ, ଇଓ, ପୌରପାଳିକା, ଭବାନୀପାଟଣା, ଅବକାରୀ ଅଧିକ୍ଷକ, ଜିଲ୍ଲା ଶ୍ରମ ଅଧିକାରୀ, ଅଧ୍ୟକ୍ଷ, ଜେପି ସନ୍ଧ୍ୟା ମହାବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ବିଏମ୍ ହାଇସ୍କୁଲ ବିଡିଓ, ଭବାନୀପାଟଣା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 + two =