pakka

ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲାଠାରେ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ସଇଁତଲାର ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ସାରି ଆସୁଥିବା ବେଳେ କରମତଲାର ତୃଷ୍ଣାପାଲିରେ ଏକ କର୍ମୀ ସମ୍ବିଳନୀରେ ଯୋଗଦେବା ପାଇଁ ଆସୁଥିବା ବେଳେ କରମତଲାର ହାଟପଡାଠାରେ ଗାଡିକୁ ଅଣ୍ଡା ମାଡ଼ କରିଥିଲେ । ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖା ଦେଇଥିଲା । ତେବେ ମନ୍ତ୍ରୀ ଦ୍ୱୟଙ୍କୁ କିଏ ଅଣ୍ଡା ମାଡ଼ କଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୂର୍ବରୁ ଆଦିବାସୀଙ୍କୁ ସଂରକ୍ଷଣ ଦାବୀରେ ଗତକାଲି ମଧ୍ୟ ଆଦିବାସୀ କଲ୍ୟାଣ ସଂଘ ତରଫରୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରାଯାଇଥିଲା ।

jay balangir
Leave A Reply

Your email address will not be published.

ten + 12 =