pakka

ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଟିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବଜାର ସ୍ଥିତ ସତ୍‌ସଙ୍ଗ ଭବନ ପ୍ରାଙ୍ଗଣ ମଧ୍ୟରେ ସୋମବାର ଶ୍ରୀରାମ ମନ୍ଦିର ଭୂମିପୂଜନ ଶୁଭାରମ୍ଭ ଅନୁଷ୍ଟିତ ହୋଇଯାଇଛି । ସଦ୍‌ଭାବନା ଆଧ୍ୟାତ୍ମିକ ଏବଂ ଦୟାଶୀଳ ପ୍ରତ୍ୟୟର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ସହଯୋଗରେ ପବିତ୍ର ମାଘସପ୍ତମୀ ମହେନ୍ଦ୍ରବେଳାରେ ନାଗଶୁଦ୍ଧୀ ପୂର୍ବକ ଶ୍ରୀରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ସମାପନ ହୋଇଛି । ବାବା, ପୁରୋହିତ, ପୂଜକଙ୍କ ମନ୍ତ୍ର ଧ୍ଵନି, ହରିବୋଲ, ହୁଳହୁଳି ସାଙ୍ଗକୁ ନଦିଆ ସଂକ୍ରିତ୍ତନ ମଧ୍ୟରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଭୂମିପୂଜନ ଉତ୍ସବରେ ବହୁ ଭକ୍ତ ଶ୍ରଦ୍ଧାଳୁ ସମେତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଅନୁଷ୍ଟାନର କାର୍ଯ୍ୟକର୍ତ୍ତା ଘନଶ୍ୟାମ ପ୍ରଧାନ, ସର୍ବେଶ୍ଵର ପ୍ରଧାନ, ଜଗଦୀଶ ସାହୁ ଓ ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଏହାର ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

two + 8 =