pakka

ବରାହ ଦ୍ୱାଦଶୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର କର୍ମକର୍ତ୍ତାମାନଙ୍କର ବରାହ ଦ୍ବାଦଶୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସ୍‌କର ଓ ମନ୍ଦିର ତିଆରି କରିଥିବା କାରିଗର ସୁନିଲ ମହାରଣାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ଆସନ୍ତା ୧୩ ତାରିଖ ଦିନ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଙ୍କର ବାର୍ଷିକ ପ୍ରତିଷ୍ଠା ଦିବସ ଓ ବରାହ ଦ୍ବାଦଶୀ ନିମନ୍ତେ ଷୋଡଶ ଉପଚାର ପୂଜା ତଥା ବରାହ ଯଜ୍ଞ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ସଭାପତି ସର୍ବଶ୍ରୀ ନିତାଇ ନାୟକ, ସଂପାଦକ ଭଞ୍ଜ କିଶୋର ଜେନା, କୋଷାଧ୍ୟକ୍ଷ ଘନଶ୍ୟାମ ପାଣି, ଭଜରାମ ବାରିକ, ନଳିନୀ ପଣ୍ଡା, ଅଶ୍ବିନୀ ବିଶ୍ବାଳ, ସୁଦାମ ସାହୁ ଓ ଗୋପୀନାଥ ପଣ୍ଡା ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen + 13 =

error: Content is protected !!