pakka

ନିଷ୍ଠା ପରିବାର ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମା’ ମାଉଲୀ କଲ୍ୟାଣ ମଣ୍ଡପ, ମାଲିପାଲି, ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ, ସଭାପତି ରକ୍ଷପାଳ ସାହୁ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ସମେତ ନିଷ୍ଠାର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ । ବିଶେଷ କରି ମାଲିପାଲିର ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

five × three =