pakka

୭ କ୍ୱିଣ୍ଟାଲରୁ ଅଧିକ ଭାଙ୍ଗ ସହ ଗାଡି ଜବତ : ଡ୍ରାଇଭର ଗିରଫ

bbehera

ଆସିକା : ଆସିକା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ପ୍ରାୟ ୭ କ୍ୱିଣ୍ଟାଲ ୬୯ କେଜି ୬୫୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ଟାଟା ଏସି ଗାଡି(ଓୟୁ୦୭ଭି୮୪୩୭)ରେ ବିପୁଳ ପରିମାଣରେ ଭାଙ୍ଗ ବୋଝେଇ ହୋଇ କନ୍ଧମାଳରୁ ପୂରୀ ଯାଉଥିଲା । ବାଲିସରା ନିକଟସ୍ଥ ରମଣପଲ୍ଲୀ ଛକ ନିକଟରେ ଉକ୍ତ ଟାଟାଏସି ଗାଡିକୁ ଆସିକା ପୋଲିସ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ପ୍ରାୟ ୭ କ୍ୱିଣ୍ଟାଲ ୬୯ କେଜି ୬୫୦ ଗ୍ରାମ ଭାଙ୍ଗ ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

2 × two =