pakka

ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ମଦନପୁର ଚାମ୍ପିଅନ, ରାଶିଭଟା ରନର୍ସ ଅପ୍‌

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଡ଼ମ୍ବକର୍ଲାଖୁଣ୍ଟା ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଡ଼ମ୍ବକର୍ଲାଖୁଣ୍ଟାଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଦନପୁର ଓ ରାଶିଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଦନପୁର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭୦ ରନ୍ ସଂଗ୍ରହ କରିଥିବା ବେଳେ ରାଶିଭଟା ମାତ୍ର ୫୦ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଖେଳରେ ଆମ୍ପେଆର ଦାୟିତ୍ୱ ବଳଭଦ୍ର ଓ ବଳଦେବ ନିର୍ବାହ କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ କମଳ ଲୋଚନ ଧଙ୍ଗଡ଼ାମାଝୀ । ମୁଖ୍ୟ ଅତିଥି ଭାବରେ ସମାଜସେବୀ ନୀଳ ମାଧବ ସିଂହଦେଓ ଯୋଗଦେଇ ଥିବା ବେଳେ ୟୁଥ୍ କ୍ଲବର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ଗୁଣନିଧି ଧରୁଆ, ଉପସଭାପତି ଜୟନ୍ତ ଛତ୍ରିଆ ନେତୃତ୍ୱ ନେଇଥିଲେ । ପଛୁ ପାତ୍ର, ଚିଙ୍କୁ ପାତ୍ର, ବଳଭଦ୍ର ମାଝୀ, ଗୋବର୍ଦ୍ଧନ ପୂଜାହାରୀ, ସଞ୍ଚୟ ଛତ୍ରିଆ, ନରେଶ ଭୋଇ, ଗୁରୁଦେବ ମାଝୀ, ସୁଲସିଂ ପାତ୍ର, ମନୋଜ ପାତ୍ର, ନରେନ୍ଦ୍ର ପାତ୍ର, ଦୀନେଶ ମାଝୀ, ବଳଦେବ ସାହୁ, ଗୁରୁଦେବ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

sixteen + three =

error: Content is protected !!