om academy

କଣ୍ଟାମାଳଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ

jsm

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ମଲିକୁଦ ନିକଟରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ଏକ ବୈଠକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ସଂପାଦକ ଭାଗବତ ମେହେର ଗତ ବୈଠକର ବିବରଣୀ ପାଠ କରିବା ସହ ସାମ୍ବାଦିକମାନଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାର ଅନ୍ୟୁନ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଭଳି ପ୍ରସ୍ତାବ ଆଗତ କରି ବୈଠକରେ ପାରିତ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରଠାରେ ଆୟୋଜିତ ଓଜେୟୁ ରାଜ୍ୟ ସମାବେଶରେ ସମସ୍ତ ସଦସ୍ୟଙ୍କ ଯୋଗଦାନ ପାଇଁ ଆଲୋଚନା କରାଯାଇଥିଲା । ଶେଷର ବୈଠକର ସଫଳତା କାମନା କରି ସଦସ୍ୟ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସଂଘର ସଦସ୍ୟ ଦିବ୍ୟଶଙ୍କର ରାଉତ, ଯୁଗଳ ସାମଲ, ସୁକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା, ବାସୁଦେବ ସାହୁ, ବବଲୁ ପାଢୀ, ଦେବାଶୀଷ ମଲିକ, ବଂଶୀଧର ମାଝୀ, ଦିବ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.