କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ କଂଗ୍ରେସ କାର୍ୟ୍ୟାଳୟରେ ବଲାଙ୍ଗିର ସଦର ବ୍ଲକ ଏବଂ ନଗର କଂଗ୍ରେସର ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ବଲାଙ୍ଗିର ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକ ଭାବେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗ ଦେଇ ଟାଉନ କଂଗ୍ରେସ ଏବଂ ବ୍ଲକ କଂଗ୍ରେସ କମିଟିର ପୁନର୍ଗଠନ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଭାବେ ପିସିସି ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର ଯୋଗଦାନ କରି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରି ଥିଲେ । ପ୍ରତ୍ୟେକ ବୁଥର କଂଗ୍ରେସ କର୍ମୀମାନେ ପର୍ୟ୍ୟବେକ୍ଷକଙ୍କ ସହ ମତ ବିନିମୟ କରିବା ସହ ଆଗାମୀ ଦିନରେ କଂଗ୍ରେସ କୁ ସୁଦୃଢ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଆଜିର ଏହି ସଭାରେ ଟାଉନ କଂଗ୍ରେସ କମିଟି ସଭାପତି ବୁଲୁ ଦାନି, ଅଜୟ ବାଲି, ସନ୍ତକ ବହିଦାର, ପ୍ରେମ ମିଶ୍ର, ନାରୀ ନେତ୍ରୀ ମିଳନୀ ସାହୁ, ସଦର ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଲୋକନାଥ କୁମୁରା, ଉପାଧ୍ୟକ୍ଷା ଯୋଶୋବନ୍ତି ବଘାର ମଞ୍ଚାସିନ ଥିବା ବେଳେ ସରୋଜ ରଥ, ଉମାକାନ୍ତ ସାହୁ, ଜଗ ପ୍ରଧାନ, ସଂଜୟ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ସୋମ୍ୟଦିପ ସରାଫ, ଅଖଣ୍ଡ ସେଠ, ଜୁଲୁ ପଟ୍ଟନାୟକ, ଦଳିତ ନେତା ଓମ୍ ପ୍ରକାଶ କୁମ୍ଭାର, ବ୍ରଜ ବିହାରୀ ନାଗ, ବ୍ରଜ କିଶୋର ସେଠି, ନାସିର ଖାନ, କିରନ ସେଠ, ଲୋପନ ମିଶ୍ର, ଅନନ୍ତ ମଛଖଣ୍ଡ, ବିଦ୍ୟୁତ କୁମ୍ଭାର, ପବିତ୍ର ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ପିସିସି ସଂପାଦକ ଉମାଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.