jayashree

ପାଇକମାଲରେ ଏସି ମୋର୍ଚ୍ଚାର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭା ଅନୁସୂଚିତ ଜାତିର ସମସ୍ତ ମଣ୍ଡଳ ସଭାପତିଙ୍କୁ ନେଇ ଜିଲ୍ଲା ସାଧାରଣ ସମ୍ପାଦକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ମଣ୍ଡଳର କମିଟି ଗଠନ କରିବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା ସଂକଳ୍ପ ଅଭିଯାନକୁ ସଫଳ କରି ରବି ଦାସଙ୍କ ଜୟନ୍ତୀର କଳସ ଯାତ୍ରାକୁ ପ୍ରତ୍ୟେକ ମଣ୍ଡଳ, ଶକ୍ତି କେନ୍ଦ୍ର ଓ ବୁଥ୍ ସ୍ତରକୁ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ଏସ୍‌ସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ମନିଜର ଆର୍ଯ୍ୟ, ବରଗଡ ପ୍ରଭାରୀ ମୁରଲୀଧର ସୁନା, ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ବରଗଡ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାମଲ, ପାଇକମାଲ ମଣ୍ଡଳ ପୂର୍ବତନ ସଭାପତି କୈଳାଶ ଦିଶ୍ରୀ, ସତ୍ୟ ବେହେରା, ଧନସିଂ ତାଣ୍ଡି, ଦିବାକର ତାଣ୍ଡି ଓ ପ୍ରତ୍ୟେକ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ । ବୈଠକରେ ସରୋଜ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡ଼. ଲଳିତ ଜଗତ ।

Leave A Reply

Your email address will not be published.