jayashree

ଜଗଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଞ୍ଜପୁର ଦୁର୍ଗା ମଣ୍ଡପରେ ଭଞ୍ଜପୁର ଜଗଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ପୂର୍ବତନ କାଉନସିଲର ଦର୍ପ ନାରାୟଣ ପାଲ, ବରିଷ୍ଠ ସଦସ୍ୟ ହର୍ଷବର୍ଦ୍ଧନ ଯାଦବଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । ଦର୍ପ ନାରାୟଣ ପାଲ ଗତବର୍ଷର ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ ଯାହାକି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ମା’ଙ୍କ ୭୪ତମ ପୂଜା ଅବସରରେ ଆୟୋଜିତ ହେବାକୁ ଥିବା ୩୨ତମ ମେଳାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ପୂଜା କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ ବିଶ୍ୱଜିତ ନାୟକ, ମେଳା କମିଟି ଅଧ୍ୟକ୍ଷ ଭାବେ ସାନନ୍ଦ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଭାବେ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟ ସାଧାରଣ ସମ୍ପାଦକ ଭାବେ ଦର୍ପ ନାରାୟଣ ପାଲ, ସାଧାରଣ ସମ୍ପାଦକ (ପୂଜା) ରସିକାନନ୍ଦ ମିଶ୍ର, ସାଧାରଣ ସମ୍ପାଦକ (ମେଳା) ପ୍ରସନ୍ନଜିତ ମହାନ୍ତି, ସମ୍ପାଦକ (ପୂଜା) ସାମନ୍ତ ଶେଖର ପାଲ, ସମ୍ପାଦକ (ମେଳା) ଆଭାସ ଦେ, ସମ୍ପାଦକ (ଷ୍ଟଲ) ଅମୁଲ୍ୟ ଦାସ ଓ ସତ୍ୟବ୍ରତ ଧଳ, ସାଂସ୍କୃତିକ ସମ୍ପାଦକ ଭାବେ କିଶୋର ପଲେଇ, ସଭ୍ୟ ଦେୟ ଆଦାୟ ସମ୍ପାଦକ ଭାବେ ମନୋଜ ମହାନ୍ତି, କୋଷାଧ୍ୟକ୍ଷ ଭାବେ ସୁବ୍ରତ ଦାସ, ଗଣମାଧ୍ୟମ ସଂଯୋଜକ ଭାବେ ସୋମନାଥ ସିଂହ ଏବଂ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡା. ଦେବାଶିଷ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ ନନ୍ଦିକେଶ ଶେଜପଡା ପ୍ରମୁଖ ମନୋନୀତ ହୋଇଛନ୍ତି । ନଭେମ୍ବର ୧୮ ତାରିଖରେ ମା’ଙ୍କ ପୂଜାବିଧି ଆରମ୍ଭ ହେବ । ଏହି ଅବସରରେ ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ଶ୍ରୀ ସିଂହଙ୍କ ସୂତ୍ରରୁ ପ୍ରକାଶ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପୂଜା ଓ ମେଳାକୁ ଶାନ୍ତିଶୃଙ୍ଖଳା ସହ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାର୍ଣ୍ଡି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.