csstore

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗତକାଲିଠାରୁ ଜିଲ୍ଲାର ସମସ୍ତ ବୁଥ ଗୁଡିକରେ ଆରମ୍ଭ ହୋଇଛି । ଏଥି ସକାଶେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସର୍ବ ଦଳୀୟ ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗତକାଲି ଠାରୁ ଜିଲ୍ଲାର ପ୍ରତ୍ୟେକ ବୁଥରେ ଭୋଟର ତାଲିକା ପ୍ରକାଶନ କରାଯାଇଛି । ଏହି ତାଲିକାରେ ନୂତନ ଭୋଟରଙ୍କ ନାମ ଯୋଗ କରିବା, ମୃତ କିମ୍ବା ଠିକଣା ପରିବର୍ତ୍ତନ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ କାଟିବା, ନାମ ଭୁଲ୍ ଥିଲେ ସଂଶୋଧନ କରିବା ଆଦି କାର୍ଯ୍ୟ ୧/୧୧ ରୁ ୩୦/୧୧ ମଧ୍ୟରେ ନିଜ ନିଜର ବୁଥ କିମ୍ବା ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସଂପୃକ୍ତ ଫର୍ମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ । ସେହିପରି ନାମ ସଂଯୋଗ କରିବାକୁ ଫର୍ମ ନଂ ୬, କାଟିବା ପାଇଁ ଫର୍ମ ନଂ ୭, ସଂଶୋଧନ ପାଇଁ ଫର୍ମ ନଂ ୮, ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ପରିବର୍ତ୍ତନ ସକାଶେ ଫର୍ମ ନଂ ୮(କ)ରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ । ଏଇ ମାଧ୍ୟମରେ ଫଟୋ ମଧ୍ୟ ସଂଯୁକ୍ତ କରିପାରିବେ ବୋଲି କହିଥିଲେ ।

jayashree
Leave A Reply

Your email address will not be published.